ଭିଡ଼ିଓ ଦେଖନ୍ତୁ: ମୃତ୍ୟୁ ପର୍ଯ୍ୟନ୍ତ ଆମ ପାଖରେ କେବଳ ଏହି କାମ ହିଁ ରହିଛି

୨୦୧୯ରେ ମୁଁ ବକିଂହାମ କେନାଲ ନିକଟରେ ବୁଲୁଥିବା ସମୟରେ ପ୍ରଥମେ ତାଙ୍କୁ ଦେଖିବାକୁ ପାଇଥିଲି। ଏକ ବୁଡ଼ାଳି ଗ୍ରୀବେ ପକ୍ଷୀ ଭଳି, ଗଭୀର ପାଣିରେ ତାଙ୍କର ବୁଡ଼ିବା ଓ ପହଁରିବାରେ ନିପୁଣତା ମୋର ଦୃଷ୍ଟି ଆକର୍ଷଣ କରିଥିଲା। ସେ ଖୁବ୍‌ ଦ୍ରୁତ ଗତିରେ ନଈ କୂଳର ରୁକ୍ଷ ବାଲିରେ ହାତ ବୁଲାଇ ଆଣୁଥିଲେ ଏବଂ ଅନ୍ୟ କାହା ତୁଳନାରେ ଅତିଶୀଘ୍ର ଚିଙ୍ଗୁଡ଼ିଗୁଡ଼ିକୁ ଧରି ନେଉଥିଲେ।

ଗୋବିନ୍ଦାମ୍ମା ଭେଲୁ ତାମିଲନାଡ଼ୁରେ ଅନୁସୂଚିତ ଜନଜାତି ଭାବେ ବର୍ଗୀକୃତ ଇରୁଲର ସମ୍ପ୍ରଦାୟର ସଦସ୍ୟା ଅଟନ୍ତି । ଛୋଟ ଝିଅ ଥିବା ସମୟରେ ଚେନ୍ନାଇର କୋସାସ୍ତାଲାୟାର ନଦୀରେ ସେ ଚିଙ୍ଗୁଡ଼ି ଧରୁଥିଲେ । ଏବେ ୭୦ ବର୍ଷ ବୟସ ଟପି ସାରିବା ପରେ ଖରାପ ଦୃଷ୍ଟିଶକ୍ତି ଓ ଶାରୀରିକ ଯନ୍ତ୍ରଣା ସହ ସଂଘର୍ଷ କରୁଥିବା ସତ୍ତ୍ୱେ ସେ ପାରିବାରିକ ଆର୍ଥିକ ଦୁରବସ୍ଥା କାରଣରୁ ଏହି କାମ ଜାରି ରଖିବାକୁ ବାଧ୍ୟ ହେଉଛନ୍ତି ।

ଚେନ୍ନାଇର ଉତ୍ତର ଭାଗରେ ଥିବା କୋସାସ୍ତାଲାୟର ନଦୀ ନିକଟବର୍ତ୍ତୀ ବକିଂହାମ କେନାଲରେ ସେ କାମ କରୁଥିବା ସମୟରେ ମୁଁ ଏହି ଭିଡ଼ିଓ ଶୁଟ୍‌ କରିଥିଲି । ନଈ ପାଣିରେ ବୁଡ଼ି ଚିଙ୍ଗୁଡ଼ି ଧରିବା ସମୟରେ, ସେ ନିଜ ଜୀବନ ବିଷୟରେ କଥା ହୋଇଥିଲେ ଏବଂ କେବଳ ଏହି କାମ ଜାଣିଥିବା କହିଥିଲେ ।

ଆପଣ ଏଠାରେ ଗୋବିନ୍ଦାମ୍ମାଙ୍କ ଜୀବନ ବିଷୟରେ ପଢ଼ିପାରିବେ ।

ଅନୁବାଦ : ଓଡ଼ିଶାଲାଇଭ୍‍

M. Palani Kumar

M. Palani Kumar is PARI's Staff Photographer and documents the lives of the marginalised. He was earlier a 2019 PARI Fellow. Palani was the cinematographer for ‘Kakoos’, a documentary on manual scavengers in Tamil Nadu, by filmmaker Divya Bharathi.

Other stories by M. Palani Kumar
Text Editor : Vishaka George

Vishaka George is a Bengaluru-based Senior Reporter at the People’s Archive of Rural India and PARI’s Social Media Editor. She is also a member of the PARI Education team which works with schools and colleges to bring rural issues into the classroom and curriculum.

Other stories by Vishaka George
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE