ଉନ୍ନାଓ : ଜମିରୁ ଦୁଇ ଜଣ ଦଳିତ ଝିଅଙ୍କ ମୃତଦେହ ଉଦ୍ଧାର, ତୃତୀୟଙ୍କ ଅବସ୍ଥା ସଙ୍କଟାପନ୍ନ

- ଦ ୱେର୍ , ଫେବୃଆରୀ ୧୮, ୨୦୨୧

ୟୁପିରେ ଗଛରୁ ଝୁଲନ୍ତା ଅବସ୍ଥାରେ ମିଳିଲା ଦଳିତ ଝିଅର ଶବ, ବଳାତ୍କାର ଅଭିଯୋଗରେ ତିନି ଜଣଙ୍କ ନାମରେ ଏଫଆଇଆର ରୁଜୁ

- ଆଉଟଲୁକ ଇଣ୍ଡିଆ , ଜାନୁଆରୀ ୧୮, ୨୦୨୧

ଉତ୍ତର ପ୍ରଦେଶରେ ୧୫ ବର୍ଷୀୟା ଦଳିତ ଝିଅର ଶବ ଜମିରୁ ମିଳିଲା, ଘର ଲୋକଙ୍କ ହତ୍ୟା ଅଭିଯୋଗ

- ହିନ୍ଦୁସ୍ତାନ ଟାଇମ୍ସ , ଅକ୍ଟୋବର ୩, ୨୦୨୦

ହାଥରସ ପରେ : ଉତ୍ତର ପ୍ରଦେଶରେ ୨୨ ବର୍ଷୀୟା ଦଳିତ ମହିଳାଙ୍କ ବଳାତ୍କାର, ହତ୍ୟା

- ଦ ଇଣ୍ଡିଆନ ଏକ୍ସପ୍ରେସ , ଅକ୍ଟୋବର ୧, ୨୦୨୦

ଜଘନ୍ୟ ଗଣବଳାତ୍କାରର ଶିକାର ଉତ୍ତର ପ୍ରଦେଶର ଦଳିତ ଝିଅ, ଦିଲ୍ଲୀ ଡାକ୍ତରଖାନାରେ ଆଖି ବୁଜିଲେ

- ଦ ହିନ୍ଦୁ , ସେପ୍ଟେମ୍ବର ୨୯, ୨୦୨୦

ଉତ୍ତର ପ୍ରଦେଶ : ଦଳିତ କିଶୋରୀ ଝିଅକୁ ବଳାତ୍କାର, ଗଛରୁ ମିଳିଲା ଝୁଲନ୍ତା ଶବ

- ଫାଷ୍ଟପୋଷ୍ଟ , ଫେବୃଆରୀ ୧୯, ୨୦୧୫

ଉତ୍ତର ପ୍ରଦେଶରେ ଆଉ ଜଣେ ନାବାଳିକାର ଶବ ଗଛରେ ଝୁଲନ୍ତା ଅବସ୍ଥାରେ ମିଳିଲା, ପରିବାର ପକ୍ଷରୁ ବଳାତ୍କାର ଓ ହତ୍ୟା ଅଭିଯୋଗ

- ଡିଏନଏ , ଜାନୁଆରୀ ୧୨, ୨୦୧୪

ସୁଧନ୍ୱା ଦେଶପାଣ୍ଡେଙ୍କ କବିତା ଆବୃତି ଶୁଣନ୍ତୁ

The continuing and appalling atrocities against young Dalit women in Uttar Pradesh inspired this poem
PHOTO • Antara Raman

ସୂର୍ଯ୍ୟମୁଖୀ କ୍ଷେତ

ବୋଧହୁଏ ଏହା ସେମାନଙ୍କର ବଢ଼ିବାର ସ୍ଥାନ ନୁହେଁ
ବୋଧହୁଏ ଏହା ସେମାନଙ୍କର ଖେଳିବାର ସମୟ ନୁହେଁ
ବୋଧହୁଏ ଏହା ସେମାନଙ୍କର ହସିବାର ଋତୁ ନୁହେଁ
ଚାରି ଆଡ଼େ ଖୁବଜୋରରେ ବର୍ଷା ହେଉଛି।
ବୋଧହୁଏ ତୋଳି ଧରିବା ଲାଗି ସୂର୍ଯ୍ୟାଲୋକ ନାହିଁ
ବୋଧହୁଏ, ନିଶ୍ୱାସ ନେବା ଲାଗି ସ୍ଥାନ ନାହିଁ
ଆମେ ଜାଣିଛୁ, ସନ୍ଦେହ କରିବାର କୌଣସି କାରଣ ନାହିଁ।
ଆମେ ଜାଣିଛୁ ଯେ ଏହା ସତ ଅଟେ।

ଆମେ ଜାଣିଛୁ ଯେ ସେମାନଙ୍କୁ ଖୁଣ୍ଟି ଖାଇଦେବେ
ଭାଙ୍ଗିଦେବେ, ଦଳିଦେବେ ଏବଂ ହତ୍ୟା କରିଦେବେ
ଆମେ ଜାଣୁ ଫୁଲ କେବେ ଧୂସର ହୋଇଯାଆନ୍ତି
ଏବଂ କାଟିବା ଲାଗି ପ୍ରସ୍ତୁତ ହୋଇଯାଆନ୍ତି
ଏବଂ କୋମଳ ଓ ଯୁବ ସୁଆଦ କିପରି ହୋଇଥାଏ
ଯେତେବେଳେ ସେମାନଙ୍କୁ ସଜ ଖିଆ ଯାଇଥାଏ
ଜଣ-ଜଣ କରି ସମସ୍ତେ ଜଳିଯିବା ଉଚିତ
କିମ୍ବା ସେମାନଙ୍କୁ ହତ୍ୟା କରି ଦିଆଯିବା ଉଚିତ୍
ପ୍ରତ୍ୟେକ କେବଳ ନିଜ ପାଳିକୁ ଅପେକ୍ଷା କରିଛନ୍ତି।

ବୋଧହୁଏ ଏହି ରାତି ପ୍ରେମ ପାଇଁ ଅତ୍ୟନ୍ତ କ୍ରୂର
ଏବଂ ଯତ୍ନ ନେବା ଲାଗି ପବନ ମଧ୍ୟ ଖୁବ ଦ୍ରୁତ
ବୋଧହୁଏ ମାଟି ଛିଡ଼ା ହେବା ଲାଗି ବହୁତ ନରମ
ମେରୁଦଣ୍ଡ ଥିବା ଲମ୍ବା ଫୁଲର ଓଜନ ସମ୍ଭାଳି ପାରିବ ନାହିଁ
ତଥାପି ସେମାନେ ବଢ଼ିବା ଲାଗି ସାହସ କିପରି କଲେ
ଏତେ ଅଧିକ ସଂଖ୍ୟାରେ
ଏହି ଜଙ୍ଗଲୀ ସୂର୍ଯ୍ୟମୁଖୀ କ୍ଷେତ?

ଅସ୍ପୃଶ୍ୟ ସୌନ୍ଦର୍ଯ୍ୟର କ୍ଷେତ
ଯେପର୍ଯ୍ୟନ୍ତ ଆଖି ଦେଖିପାରୁଛି
ସବୁଜ ଓ ସୁନେଲି ଚମକୁ ଥିବା ଶିଖା
ନିଜର ଛୋଟ ପାଦକୁ ଲାତ ମାରୁଛନ୍ତି ଓ ହସୁଛନ୍ତି-
ଉଡ଼ୁଥିବା ସେହି ଝିଅମାନଙ୍କର ହସ
ନାଚୁଥିବା ସେହି ଝିଅମାନଙ୍କର ହସ
ଆହୁରି ନିଜ ମୁଣ୍ଡକୁ ଏତେ ଉଚ୍ଚକୁ ଉଠାଉଛନ୍ତି
ଆହୁରି ନିଜ ଦୁଇ ପାଦରେ ଛିଡ଼ା ହେଉଛନ୍ତି।
ନିଜର ଛୋଟ ମୁଠାରେ ଧରିଥାନ୍ତି ସେମାନେ
ଏକ ତୀବ୍ର ନାରଙ୍ଗୀ ଚମକ।

ଏହା କେବଳ କୁହୁଳୁଥିବା ଅଙ୍ଗାର ନୁହେଁ
ଯାହା ଦୂରବର୍ତ୍ତୀ ଅସ୍ଥାୟୀ ଚିତାରୁ ଆସିଛି,
ମୋ ଗର୍ଭରେ ସୂର୍ଯ୍ୟମୁଖୀର ଫସଲ
ଯାହା ମୋ ଆଖିରେ ଲୁହ ଓ ଯନ୍ତ୍ରଣା ସୃଷ୍ଟି କରୁଛି।

ଅଡିଓ: ସୁଧନ୍ୱା ଦେଶପାଣ୍ଡେ ଜଣେ ଅଭିନେତ୍ରୀ ଏବଂ ଜନ ନାଟ୍ୟ ମଞ୍ଚର ଜଣେ ନିର୍ଦ୍ଦେଶିକା ଏବଂ ଲେଫ୍ଟୱାର୍ଡସ ବୁକ୍ସର ଜଣେ ସମ୍ପାଦିକା।

ଅନୁବାଦ - ଓଡ଼ିଶାଲାଇଭ୍‍

Pratishtha Pandya

Pratishtha Pandya is a poet and a translator who works across Gujarati and English. She also writes and translates for PARI.

Other stories by Pratishtha Pandya
Illustration : Antara Raman

Antara Raman is an illustrator and website designer with an interest in social processes and mythological imagery. A graduate of the Srishti Institute of Art, Design and Technology, Bengaluru, she believes that the world of storytelling and illustration are symbiotic.

Other stories by Antara Raman
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE