
୨୧ ବର୍ଷ ବୟସ୍କ ପ୍ରବାସୀ ଶ୍ରମିକ ମହମ୍ମଦ ଓ୍ୱାବଲୁ ୩୦ ମହଲା ପର୍ଯ୍ୟନ୍ତ ଚଢ଼ିଯାଆନ୍ତି ଏବଂ ଏବେ ଉଚ୍ଚତାକୁ ଭୟ କରନ୍ତି ନାହିଁ। ପଶ୍ଚିମବଙ୍ଗର ଅନ୍ୟତମ ଦରିଦ୍ର ଜିଲ୍ଲା ମାଲଦାରୁ ଆସିଥିବା ଓ୍ୱାବଲୁ କୁହନ୍ତି, ‘‘ଯେତେବେଳେ ଆମେ ଛୋଟ ଥିଲୁ ଭୟ କରୁଥିଲି କିନ୍ତୁ ଏବେ ଆଉ ଭୟ ନାହିଁ‘’

ଓ୍ୱାବଲୁ, ବବୁଲ ଶେଖ୍ ଏବଂ ମନିରୁଲ୍ ସେଠ୍ ଆଦି ଏହି ଗୋଷ୍ଠୀର- କେଇଜଣଙ୍କ ବୟସ ମାତ୍ର ୧୭ ବର୍ଷ- ଯେଉଁମାନେ କି ମୁମ୍ବାଇର ସହରତଳିରେ ଅଟ୍ଟାଳିକା ନିର୍ମାଣ କରନ୍ତି । ସେମାନଙ୍କୁ ଦିନକୁ ଟ. ୪୦୦ରୁ ଟ. ୬୦୦ ପର୍ଯ୍ୟନ୍ତ ମଜୁରୀ ଦିଆଯାଏ

ମୁମ୍ବାଇର ଗୋରେଗାଓଁ ଇଷ୍ଟରେ ଏକ ହାଉସିଂ ସୋସାଇଟିରେ କାମ ସମୟରେ

ସେମାନେ ନିକଟସ୍ଥ ବସ୍ତିରେ ଗୋଟିଏ ଭଡ଼ା କୋଠରୀରେ ଏକାଠି ରୁହନ୍ତି, ସେମାନେ କଲେଜ ପଢ଼ା ଛାଡ଼ି କାମର ସନ୍ଧାନରେ ଏଠାକୁ ଆସିଥିଲେ ଏବଂ ସେମାନେ ନିଜର ପରିବାରକୁ ସହଯୋଗ ଦିଅନ୍ତି

ମହମ୍ମଦ ବବୁଲ୍ ସେଖ୍, ୨୭ କୁହନ୍ତି, ‘‘ଆମେ ସାତଭାଇ ଏବଂ ଦୁଇଭଉଣୀ। ବଡ଼ଭାଇମାନେ ବାହାରକୁ କାମ କରିବା ପାଇଁ ଯାଇଛନ୍ତି, ଯେମିତିକି କେଇଜଣ ସାନ ସ୍କୁଲକୁ ଯାଇପାରିବେ’’। ତାଙ୍କ ପିତାମାତା ବୟସ୍କ ଏବଂ ଅସୁସ୍ଥ । ସାତଭାଇଙ୍କ ମଧ୍ୟରୁ ମାତ୍ର ୨ଜଣ ଘରେ ରୁହନ୍ତି; ଅନ୍ୟମାନେ ସେମାନଙ୍କର ନିଜ ସହର ଛାଡ଼ିଯାଇଛନ୍ତି ଏବଂ ବିଭିନ୍ନ ସହରକୁ ଶ୍ରମିକ ଭାବରେ କାମ କରିବା ପାଇଁ ଯାଇଛନ୍ତି

ଓ୍ୱାବଲୁ କୁହନ୍ତି, ‘‘ଯଦି ଆମେ କାମ କରିବୁ, ତେବେ ଖାଇପାରିବୁ । ନଚେତ୍ ଆମକୁ ଭୋକିଲା ରହିବାକୁ ହେବ’’

ଉଚ୍ଚ ଅଟ୍ଟାଳିକାରେ ରଙ୍ଗ ମିସ୍ତ୍ରୀ ଭାବରେ କାମ କରିବା ଖୁବ୍ ବିପଜ୍ଜନକ । ଭାରାରୁ ଥରେ ଖସିବା ଅର୍ଥ ହେଉଛି ମୃତ୍ୟୁ। ସେମାନଙ୍କର ପୋଷାକ ବିଷାକ୍ତ ରଙ୍ଗରେ ଓଦା ହୋଇଯାଇଥାଏ । ସେମାନେ ଦିନ ଦିନ ଧରି ସେ କାମ କରିବା ପାଇଁ ସମାନ ପୋଷାକ ବ୍ୟବହାର କରନ୍ତି, କାରଣ ସେମାନେ ଆଉ ଏକ ପୋଷାକ ନଷ୍ଟ କରିପାରିବେ ନାହିଁ । ଏହି ପ୍ରକ୍ରିୟାରେ ସେମାନେ ଦିନ ଦିନ ଧରି ସେହି ବିଷାକ୍ତ ପଦାର୍ଥ ଶ୍ୱାସରେ ଗ୍ରହଣ କରନ୍ତି

ମହମ୍ମଦ ମନିରୁଲ ସେଠ୍, ୨୨ ମାଲଦା ଜିଲ୍ଲାରୁ ଆସିଛନ୍ତି ଏବଂ ୧୭ ବର୍ଷ ବୟସରୁ ଜଣେ ଶ୍ରମିକ ଭାବରେ କାର୍ଯ୍ୟ କରୁଛନ୍ତି। ସେ କଥାବାର୍ତ୍ତା କରିବା ପାଇଁ କୁଣ୍ଠା ପ୍ରକାଶ କରିଥିଲେ

ସେମାନଙ୍କ ରୋଜଗାରର କିଛି ଅଂଶ ଖାଦ୍ୟ ଏବଂ ଭଡ଼ାରେ ଖର୍ଚ୍ଚ କରିବା ପରେ ଏହି ଯୁବ ପ୍ରବାସୀମାନେ ସଂଚୟ କରନ୍ତି ଏବଂ ପ୍ରତିବାସରେ ସେମାନଙ୍କ ପରିବାର ନିକଟକୁ ଅର୍ଥ ପଠାନ୍ତି
ଅନୁବାଦ: ଓଡ଼ିଶାଲାଇଭ୍