ଅପରାହ୍ନ ପ୍ରାୟ ୧.୩୦ର ସମୟ ଥିଲା। ନାସିକ୍ ଜିଲ୍ଲାର ଦିନ୍ଦୋରୀ ତାଲୁକାର ଅହିଓ୍ୱନ୍ତୱାଡ଼ି ଗ୍ରାମର କୃଷକ କୁନ୍ଦାବାଈ ଗାଙ୍ଗୁଡ଼େ କହିଥିଲେ, ‘‘ମୁଁ ସକାଳୁ କିଛି ବି ଖାଇନି। ମୋ ଗ୍ରାମବାସୀମାନେ ଏଠାରେ ପହଞ୍ଚିବା ପରେ ହିଁ ମୁଁ ଖାଇବି। ’’
କୁନ୍ଦାବାଈ ଏବଂ ଅନ୍ୟ କେତେଜଣ ପୁରୁଷ ଓ ମହିଳା, ଯେଉଁମାନେ କି ସେମାନଙ୍କ ତାଲୁକାର ଦଳ ଗତ ସପ୍ତାହର ପ୍ରତିବାଦ ଶୋଭାଯାତ୍ରାରେ ଯୋଗଦେବା ପାଇଁ ଆସିବା ପୂର୍ବରୁ ଆସିଯାଇଥିଲେ, ୫୦ଜଣ କୃଷକଙ୍କ ପାଇଁ ଭାତ ରୋଷେଇ କରୁଛନ୍ତି। ତାଙ୍କ ପାଖରେ ଗଙ୍ଗୁବାଈ ଭବର (ପ୍ରଚ୍ଛଦ ଫଟୋରେ ଉପରେ ଥିବା) ବାଇଗଣ ଏବଂ ଆଳୁରେ ବ୍ୟଞ୍ଜନ ପ୍ରସ୍ତୁତ କରୁଛନ୍ତି। ନାସିକ ଜିଲ୍ଲାର ଦିନ୍ଦୋରୀ ତାଲୁକାର ସୋଞ୍ଜାମ୍ବ ଗ୍ରାମରୁ ଆସିଛନ୍ତି। ସେ କହିଥିଲେ, ଆମ ତାଲୁକାର କୃଷକମାନେ ଏକାଠି ଖାଦ୍ୟଶସ୍ୟ, ଅଟା ଓ ପନପରିବା କିଣିଛନ୍ତି। ନାସିକ ତାଲୁକାର ବିଲ୍ହୋଲି ଗ୍ରାମର ୧ କିଲୋମିଟର ଦୂରରେ ଫେବୃଆରୀ ୨୧ ଅପରାହ୍ନ ପ୍ରାୟ ୨.୩୦ ବେଳକୁ ମଧ୍ୟାହ୍ନ ଭୋଜନ ପାଇଁ ଅଟକିଥିଲେ। ସେମାନେ ନାସିକ୍ରୁ ୧୧ କିଲୋମିଟର ଚାଲି ସେଠାରେ ପହଞ୍ଚିଥିଲେ। ସେମାନେ ନିଜ ନିଜ ଗାଁରୁ ଫେବୃଆରୀ ୨୦ରେ ନାସିକ୍ରେ ପହଞ୍ଚିଥିଲେ। (ଫେବୃଆରୀ ୨୧ ବିଳମ୍ବିତ ରାତିରେ ପଦଯାତ୍ରାର ସଂଯୋଜକ ଅଲ୍ ଇଣ୍ଡିଆ କିସାନ ସଭା ସରକାରଙ୍କ ପ୍ରତିନିଧିଙ୍କ ସହ ଦୀର୍ଘ ଆଲୋଚନା ପରେ ଏହି ପ୍ରତିବାଦ ବାତିଲ କରିଥିଲା ଏବଂ ସରକାର କୃଷକମାନଙ୍କର ସମସ୍ତ ଦାବି ପୂରଣ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ)
ଏପରିକି ୨୦୧୮ ନାସିକରୁ ମୁମ୍ବାଇ ଦୀର୍ଘ ପଦଯାତ୍ରାରେ କୁନ୍ଦାବାଈ ନିଜ ଗାଁର ଲୋକମାନଙ୍କ ପାଇଁ ଭୋଜନ ପ୍ରସ୍ତୁତି କରିଥିଲେ। ସେ ଏକ ଅନୁସୂଚିତ ଜନଜାତି ମହାଦେବ କୋଲି ସଂପ୍ରଦାୟର।

ଚାଉଳ ବାଛୁଥିବା ବେଳେ ଜଣେ ମହିଳା କହିଥିଲେ, ‘ଆମେ ସମସ୍ତ ଭିନ୍ନ ଭିନ୍ନ ଗ୍ରାମର (ନାସିକ୍ ଜିଲ୍ଲାର ଦିନ୍ଦୋରୀ ତାଲୁକାର। ଆମେ ପୂର୍ବ ଦୀର୍ଘ ପଦଯାତ୍ରା ସମୟରେ ସାଙ୍ଗସାଥୀ ହୋଇଯାଇଥିଲୁ।
ଏଥର ମଧ୍ୟ କୃଷକମାନେ ନିଜ ନିଜ ଗାଁରେ ଏକାଠି ଖାଦ୍ୟଶସ୍ୟ କିଣିଲେ ଏବଂ ଏହାକୁ ଟେମ୍ପୋ ଓ ଅନ୍ୟାନ୍ୟ ଯାନରେ ଆଣିଲେ। ପୂର୍ବ ଦୀର୍ଘ ପଦଯାତ୍ରା ପରି ସେମାନେ ନିଜ ନିଜ ମଧ୍ୟରେ କାମ ବାଣ୍ଟିନେଲେ। କେତେଜଣ ଚାଉଳ ବାଛୁଛନ୍ତି, କେତେଜଣ ଭକ୍ରି ପାଇଁ ଅଟା ଚକଟୁଛନ୍ତି। କେତେଜଣ ରୋଷେଇ କରୁଛନ୍ତି ବା କେତେଜଣ ବାସନ ମାଜୁଛନ୍ତି।
ସେମାନଙ୍କ ମଧ୍ୟରେ ଥିଲେ ପାଣ୍ଡୁରଙ୍ଗ ପାଓ୍ପାର। ନାସିକ୍ ଜିଲ୍ଲାର ପେଇଣ୍ଟ ତାଲୁକାର ନିର୍ଗୁଦେ କରଞ୍ଜଳି ଗ୍ରାମରୁ ସେ ଆସିଛନ୍ତି। ୯୦ ମିନିଟ୍ ଧରି ଗୋଟିଏ ୧୮ କେଜି କାଠଗଣ୍ଡିକୁ ଜାଳେଣି ପାଇଁ ସେ ଖୁବ୍ ପରିଶ୍ରମ କରି ସେ କାଟିଥିଲେ। ପାଣ୍ଡୁରାମ ଜଣେ କୃଷି ଶ୍ରମିକ। ଦିନରେ ୧୦ଘଣ୍ଟା କାମ କରି ସେ ପ୍ରାୟ ୨୦୦ ଟଙ୍କା ମଜୁରି ପାଆନ୍ତି। ସେ ଅନୁସୂଚିତ ଜନଜାତି କୋକନା ସମୂଦାୟର।
ମୁଁ ତାଙ୍କୁ ପଚାରିଲି, ସେ କାହିଁକି ପଦଯାତ୍ରା ପାଇଁ ପୁଣି ଥରେ ଆସିଲେ? ସେ କହିଲେ, ‘‘ସରକାର ନିଜର ପ୍ରତିଶ୍ରୁତି ପୂରଣ କଲେ ନାହିଁ। ଆମେ ରାସନ ପାଉନାହୁଁ। ଆମର ଚାଷଜମି ନାହିଁ। ଆମେ କ’ଣ କରିବୁ?’’ ସେ ଏଥିସହ କହିଲେ, ଯଦି ଏଥର ମଧ୍ୟ ସରକାର ତାଙ୍କର ପ୍ରତିଶ୍ରୁତି ପାଳନ କରିବେ ନାହିଁ, ସେ ତୃତୀୟ ପଦଯାତ୍ରା ପାଇଁ ମଧ୍ୟ ପ୍ରସ୍ତୁତ ଅଛନ୍ତି। ଯେଉଁଥିପାଇଁ, ‘‘ଆମେ ଆମର ପିଲାମାନଙ୍କ ସହ ସମୁଦାୟ ପରିବାର ଏବଂ ଗୃହପାଳିତ ପଶୁମାନଙ୍କୁ ମଧ୍ୟ ଆଣିବୁ। ଆମେ ଏହାପରେ ଅଟକିଯିବୁ ନାହିଁ...।’’

ନାସିକ୍ ଜିଲ୍ଲାର ନିର୍ଗୁଦେ କରାଞ୍ଜଳି ଗ୍ରାମର ପାଣ୍ଡୁରଙ୍ଗ ପାଓ୍ୱାର ସାମୂହିକ ରୋଷେଇ ପାଇଁ ଜାଳେଣି କାଠ କାଟିଥିଲେ।

ଏହା ମଧ୍ୟାହ୍ନ ଭୋଜନର ସମୟ , ସେମାନଙ୍କ ତାଲୁକାର ଅନ୍ୟ କୃଷକମାନଙ୍କ ପାଇଁ ଅପେକ୍ଷା।

କାଠର ଧୂଆଁ , କୃଷକମାନଙ୍କ ପାଇଁ ରୋଷେଇ କରିବା କଷ୍ଟକର କରିଦେଇଛି।

କୁନ୍ଦାବାଈ ଗାଙ୍ଗୁଡ଼େ ଏହି ଶୋଭାଯାତ୍ରାର ପ୍ରଥମ କେତୋଟି ଭୋଜନ ପ୍ରସ୍ତୁତ କରିଥିବା କେତେଜଣ ମହିଳାଙ୍କ ମଧ୍ୟରେ ଅନ୍ୟତମ ; ସେ ୨୦୧୮ ଦୀର୍ଘ ପଦଯାତ୍ରା ସମୟରେ ମଧ୍ୟ ଏହା କରିଥିଲେ।

କେତେଜଣ କୃଷକ ମସଲା ଭାତ ( ଭାତ ) ରୋଷେଇ କରୁଥିଲେ।

ଅନ୍ୟମାନେ ସହ ପ୍ରତିବାଦକାରୀଙ୍କୁ ଖାଦ୍ୟ ପରିବେଷଣ କରିବା ଆରମ୍ଭ କରୁଥିଲେ।

ଏବଂ ରାତିରେ ଦଳେ କୃଷକ ଗୋଟିଏ ଏଲ୍ଇଡି ଟର୍ଚ୍ଚର ଆଲୋକରେ ରାତ୍ରୀ ଭୋଜନ ପ୍ରସ୍ତୁତ କରୁଥିଲେ।
ଅନୁବାଦ: ଓଡ଼ିଶାଲାଇଭ୍