ଏହି ଫାଟଗୁଡ଼ିକ ଏବେ ସବୁ ଗଣମାଧ୍ୟମରେ ଦେଖିବାକୁ ମିଳୁଛି। ପ୍ରତିଦିନ ସେ ଚମୋଲି ଜିଲ୍ଲାରେ ଗୋଟିଏ ପର୍ବତ ଉପରେ ଥିବା ତାଙ୍କର ସଂକୁଚିତ ହୋଇଯାଉଥିବା ସହର ସମ୍ପର୍କରେ ଅଦ୍ୟତିତ ହୋଇଥିବା ସଂଖ୍ୟାଗୁଡ଼ିକ ସହ ଏକ ନୂତନ କାହାଣୀ ପଢ଼ୁଛନ୍ତି। ଗଣମାଧ୍ୟମର ଲୋକମାନେ ଫାଟଗୁଡ଼ିକ ଦେଖିବା ପାଇଁ ଗାଁମାନଙ୍କରେ ଏବଂ ସହରମାନଙ୍କରେ ଚାଲିଥିବା ପ୍ରତିବାଦଗୁଡ଼ିକରେ ପହଞ୍ଚି ଯାଉଛନ୍ତି। ଗତ ସପ୍ତାହରେ ସେ ତା’ର ଛୋଟ ଘର ଭିତରୁ ବାହାରି ଯିବାକୁ ମନା କରିଥିଲା, ଯେତେବେଳେ ସେମାନେ ଲୋକମାନଙ୍କୁ ସେମାନଙ୍କ ଘର ଛାଡ଼ି ଚାଲିଯିବା ପାଇଁ କହିବାକୁ ଆସିଥିଲେ। ସେମାନେ ତା’କୁ ଜବରଦସ୍ତି ବାହାର କରିଦିଅନ୍ତୁ। ସେ ଭୟଭୀତ ନଥିଲା।

ସେ ଭାବୁଥିଲା ଏହି ଫାଟଗୁଡ଼ିକ ହେଉଛି ଏକ ବିଚିତ୍ର ଲୋଭ ଯାହା ଗାଁ ଭିତରକୁ ସୁଢ଼ଙ୍ଗ କରି ପଶିଆସିଛି। ପର୍ବତଗୁଡ଼ିକୁ ଅତିକ୍ରମଣ କରୁଥିବା ନୂଆ ପ୍ରକଳ୍ପ ଏବଂ ସଡ଼କଗୁଡ଼ିକ କେବଳ ଆକ୍ରମଣ ନଥିଲା। ସେଗୁଡ଼ିକ ଅନ୍ୟ କିଛି ଥିଲା, ଅଧିକ ଗଭୀର ଭାବରେ ଏହା ପୃଥିବୀ ସହ ଅନ୍ୟାୟ ଥିଲା। ଏହି ବିଭାଜନ ପୂର୍ବରୁ ଥିଲା। ସେମାନେ ନିଜକୁ ପ୍ରକୃତିଠାରୁ, ପୃଥିବୀର ଦେବତାମାନଙ୍କଠାରୁ ଦୂରେଇ ନେଇଥିଲେ, ଯେତେବେଳେ କି ପର୍ବତ ଲଟାରୁ ଓହଳି ଥିବା ଏକ ନୂତନ ସ୍ୱପ୍ନ ପଛରେ ଗୋଡ଼ାଇଥିଲେ। ସେହି ଲଟା ଯଦିଓ କୁହୁକ ଚମତ୍କାର ଥିଲା, ସେହି ଭ୍ରମ ପଛରେ ଗୋଡ଼ାଇ ଥିବାରୁ କାହାକୁ ଦୋଷ ଦିଆଯିବାର ଥିଲା?

ପ୍ରତିଷ୍ଠା ପାଣ୍ଡ୍ୟା ଏହି କବିତାକୁ ଇଂରାଜୀରେ ଆବୃତ୍ତି କରୁଥିବା ଶୁଣନ୍ତୁ

PHOTO • Labani Jangi

ଫାଟ

ଦିନକରେ ଏସବୁ ହୋଇ ଯାଇ ନଥିଲା।
ସୂକ୍ଷ୍ମ କେଶାଗ୍ର ଫାଟ ସବୁ
ଲୁଚି ରହିଥିଲା,
ତା’ କେଶଗୁଚ୍ଛାର ପ୍ରଥମ ଧଳା କେଶ ପରି,
ବା ତା’ ଆଖିତଳର ପ୍ରଥମ ଗାର ପରି।
ଦୂରରୁ ଗାଁ ଏବଂ ପର୍ବତ,
ଜଙ୍ଗଲ, ନଦୀରେ ଥିବା
ଛୋଟ ଛୋଟ ଫାଟ ସବୁ
ଅଗୋଚର ହେଉଥିଲା।
ଯେତେବେଳେ ଟିକେ ବଡ଼ ଫାଟ ଦେଖାଦେଲା,
ଧୀରେ ଧୀରେ ଆଉ ଲଗାତାର, ସେ ଭାବିଲା,
ସେ ସେଗୁଡ଼ିକ ସଜାଡ଼ି ଦେଇପାରିବ –
ଏଠି ଗୋଟେ ଛୋଟ କାନ୍ଥ,
ସେଠି କିଛି ପଲସ୍ତରା,
ଯେମିତିକି ସମ୍ପର୍କ ଫାଟି ନଯିବା ପାଇଁ
ବହୁ ସନ୍ତାନକୁ ଜନ୍ମ ଦେବା।

କିନ୍ତୁ ତା’ପରେ ରାକ୍ଷସ ଆସି ପହଞ୍ଚିଲା,
ଦର୍ପଣ ପରି କାନ୍ଥ ଦେଇ
ତା’ ଚେହେରାକୁ ଚାହିଁଲା
ନରସିଂହଙ୍କର ଜ୍ୱଳନ୍ତ, ଦୃଢ଼,
ଅକ୍ଷମ୍ୟ ଆଖିରେ।

ସେ ଜାଣିଥିଲା ସେଗୁଡ଼ିକର ଆକୃତ୍ତି, ଦିଗ –
ଭୂସମାନ୍ତର, ଭୂଲମ୍ବ, ପାହାଚ ପାହାଚ ହୋଇଥିବା,
ସେମାନେ ବଢ଼ିଥିବା ସେହି ବିଶେଷ ସ୍ଥାନଗୁଡ଼ିକୁ –
ଇଟା ମଝିରେ ଦିଆଯାଇଥିବା କାଦୁଅରେ,
ପଲସ୍ତରା ହୋଇଥିବା କାନ୍ଥ, ଇଟା କାମରେ,
ନିଅଁ କାନ୍ଥରେ ଏବଂ ଖୁବ୍‌ ଶୀଘ୍ର
ଏହା କେବଳ ଯୋଶୀମଠ ନଥିଲା।
ସେ ଦେଖିଲା ସେଗୁଡ଼ିକ ବ୍ୟାପୁଛି,
ମହାମାରୀ ପରି
ସବୁ ପର୍ବତକୁ, ଦେଶକୁ,
ରାସ୍ତାକୁ,
ତା’ ପାଦ ତଳେ ଥିବା ଭୂମିକୁ ପହଞ୍ଚି ଯାଉଛି,
ତା’ର ଭଙ୍ଗା ଅଙ୍ଗ, ତା’ର ଆତ୍ମା ପର୍ଯ୍ୟନ୍ତ।

ଏବେ ଛାଡ଼ି ଚାଲିଯିବା ପାଇଁ ଢେର୍‌ ବିଳମ୍ବ ହେଲାଣି
ଯିବା ପାଇଁ ସ୍ଥାନ ନାହିଁ
ଦେବତାମାନେ ମନା କରି ଚାଲିଗଲେଣି।

ପ୍ରାର୍ଥନା କରିବାକୁ ଖୁବ୍‌ ବିଳମ୍ବ ହୋଇଛି
ପୁରୁଣା ବିଶ୍ୱାସ ଧରି ରଖିବାରେ ଡେରି ହୋଇଯାଇଛି
କିଛିବି ରକ୍ଷା କରିବାକୁ ଅନେକ ବିଳମ୍ବ ହୋଇଛି।
ସୂର୍ଯ୍ୟାଲୋକ ସହ ଏସବୁ ଫାଟ ପୂରଣ କରିବା ନିରର୍ଥକ।
ଏହି ବିସ୍ଫୋରକ ଅନ୍ଧାର
ଯେମିତି ତରଳୁଥିବା ଶାଳଗ୍ରାମ,
ଅଜ୍ଞାତ କ୍ରୋଧ, ଦୃଢ଼ ହୋଇଯାଇଥିବା ଘୃଣା
ସବୁକିଛିକୁ ଗିଳି ନେଲା।

କିଏ ତା’ ଘର ପଛ ଉପତ୍ୟାକାରେ
ଅଭିଶପ୍ତ ବିନ୍‌ ଫିଙ୍ଗିଥିଲା?
ସେ ମନେପକାଇବାକୁ ଚେଷ୍ଟା କରୁଛି।
ବା ପୋକମାନେ ଆକାଶରେ ଚେର ଥିବା
ଏହି ଲଟାରେ ଚଢ଼ିଗଲେ?
ଯାହାର ପ୍ରାସାଦ ହୁଏତ ଏହି ବିଷାକ୍ତ ଲଟା ଉପରେ ଅଛି?
ଯଦି ସେ କେବେ ରାକ୍ଷସକୁ ଭେଟେ ତା’କୁ ଚିହ୍ନି ପାରିବ କି?
ଏକ କୁରାଢ଼ୀ ଧରିବାକୁ
ତା’ ହାତରେ ଏବେ ବି ବଳ ଅଛି କି?
ଜଣେ ମୁକ୍ତି କେଉଁଠି ଖୋଜେ?
କ୍ଳାନ୍ତ ହୋଇ ସେ ଶୋଇବାକୁ ଚେଷ୍ଟା କଲା
ଆଉ ଥରେ, ତା’ର ବିସ୍ଫାରିତ ଚକ୍ଷୁକୁ
ଏକ ସ୍ୱପ୍ନିଳ ସମ୍ମୋହନରେ ଉପର ତଳ କରିବାକୁ ଦେଲା,
ଏହି କୁହୁକ ବିନ୍‌ ଗଛ
ପୁରୁଣା କାନ୍ଥରେ ବଢ଼ୁଛି।

ଅନୁବାଦ: ଓଡ଼ିଶାଲାଇଭ୍‍

Pratishtha Pandya

Pratishtha Pandya is a poet and a translator who works across Gujarati and English. She also writes and translates for PARI.

Other stories by Pratishtha Pandya
Illustration : Labani Jangi

Labani Jangi is a 2020 PARI Fellow, and a self-taught painter based in West Bengal's Nadia district. She is working towards a PhD on labour migrations at the Centre for Studies in Social Sciences, Kolkata.

Other stories by Labani Jangi
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE