ସମତାଳରେ ଚାଲିଥିବା ତନ୍ତର ପ୍ୟାଡ଼େଲ ଶବ୍ଦ ଓନପୁରମ୍ର ଅପରାହ୍ଣକୁ ଗୁଞ୍ଜରିତ କରୁଥିଲା। ୬୭-ବର୍ଷୀୟ ଏମ. କେ. ଗୋଧଣ୍ଡାବନି ମୋତେ କହିଲେ, ‘‘ସକାଳ ୫ଟାରେ ଆସନ୍ତୁ, ସେତେବେଳେ ଆମେ ସିଲ୍କି ସୂତାରେ କାମ ଆରମ୍ଭ କରୁଥିବୁ।’’ ଓନ୍ନପୁରମକୁ ଲମ୍ବିଛି ରଂଗ ଦିଆଯାଇନଥିବା ବଣ୍ଡଲ ବଣ୍ଡଲ ସିଲ୍କା ସୂଚା, ଯାହା ଶାଢୀ ପାଇଁ ପ୍ରସ୍ତୁତ ହୋଇନାହିଁ। ଏହି ସୂତାରେ ଗୋଧଣ୍ଡାବନୀ ଓ ଅନ୍ୟ ବୁଣାକାରମାନେ କାମ କରନ୍ତି। ଏଥିରୁ ତିଆରି ହୁଏ ୬ ଗଜର ଦାମି ଶାଢୀ, ଯାହା ଏଠାରୁ ୧୫୦ କିଲୋମିଟର ଦୂରରେ ଥିବା ଚେନ୍ନାଇ ଏବଂ ଅନ୍ୟ ବଜାରର ବଡ଼ବଡ଼ ସୋ’ରୁମ୍କୁ ଯାଏ।
ତାମିଲନାଡ଼ୁ ତିରୁବନ୍ନାମଲାଇ ଜିଲ୍ଲା ପଶ୍ଚିମ ଆରାନି ବ୍ଲକର ଓନ୍ନୁପୁରମ ଗାଁର ଅଧିକାଂଶ ବୁଣାକାର ପରିବାରଙ୍କ ମଧ୍ୟରେ ପାରିବାରିକ ସଂପର୍କ ରହିଛି, ସିଧାସଳଖ ବା ବିବାହ ମାଧ୍ୟମରେ। ପ୍ରତି ଘରେ ଅନ୍ତତଃ ଗୋଟିଏ ତନ୍ତ ମିଳିବ, ଏହା ପୁରୁଷାନୁକ୍ରମିକ। ୫୭-ବର୍ଷୀୟ ଦେବସେନାଥିପତି ରାଜଗୋପାଳଙ୍କ ୧୬- ବର୍ଷର ପୁଅ ଏକ ଗାଢ ପିଙ୍କ ରଙ୍ଗର ସିଲ୍କ ଶାଢୀ ବୁଣୁଥିଲେ। ଶେଷ ପର୍ଯ୍ୟାୟ କାମରେ ଦେବସେନାଥିପତି ସହଯୋଗ କରୁ କରୁ କହିଲେ, ‘‘ଆମ ପିଲାମାନେ ବାହାରକୁ ଯାଇ ପାଠ ପଢୁଛନ୍ତି, କିନ୍ତୁ ତା ସାଙ୍ଗରେ ବୁଣିବା କଳା ବି ଶିଖୁଛନ୍ତି। ଏହା ଆମର ପରଂପରା।’’
ଆରନୀ ବ୍ଲକ୍ରେ ଅନେକ ସମବାୟ ସମିତି ଓ କ୍ଷୁଦ୍ର ଉତ୍ପାଦନକାରୀ ଅନୁଷ୍ଠାନ ଅଛନ୍ତି। ସେଗୁଡ଼ିକ ମଧ୍ୟରୁ ଅଧିକାଂଶ ପ୍ରତିଷ୍ଠିତ ବୁଣକାର ପରିବାରମାନଙ୍କ ଦ୍ୱାରା ସ୍ଥାପିତ ହୋଇଛି। ଏମାନେ ବୁଣାକାରମାନଙ୍କଠାରୁ ଶାଢୀ କିଣନ୍ତି ଓ ସେଗୁଡ଼ିକୁ ନାମୀ କମ୍ପାନୀ ଏବଂ ସୋ’ରୁମ୍ଗୁଡ଼ିକୁ ଦିଅନ୍ତି। ଏହି ଗ୍ରାହକମାନେ ଲୋକଙ୍କ ଚାହିଦା ମୁତାବକ ଡିଜାଇନ୍ ପ୍ରସ୍ତୁତ କରିବାକୁ କହିଥାନ୍ତି। ବେଳେବେଳେ ପାରଂପରିକ ଡିଜାଇନ୍ ବଦଳରେ ଆଧୁନିକ ଡିଜାଇନ ପ୍ରସ୍ତୁତ କରିବାକୁ କହିଥାନ୍ତି।
ପ୍ରତିବଦଳରେ, ବୁଣାକାରମାନେ ଭଲ ଦି ପଇସା ରୋଜଗାର ପାଇଥାନ୍ତି। ପାଭୁ ପୁନାଇଥାଲ ର ପ୍ରତିଷ୍ଠା କରିଛନ୍ତି ସରସ୍ୱତୀ ଈଶ୍ୱରାୟନ। ଏହା ମହିଳାଙ୍କ ଦ୍ୱାରା ତିଆରି ହୋଇଥାଏ। ଗୋଟିଏ ଶାଢୀ ବୁଣିବା ପାଇଁ ଏମାନେ ତନ୍ତରେ ୪,୫୦୦-୪,୮୦୦ ଥର ସୂତା ବୁଲାନ୍ତି। ଏହି କାମ ପାଇଁ ତାଙ୍କୁ ସମବାୟ ସମିତି ବା ମଜୁରୀରେ ଆଣିଥିବା ବ୍ୟକ୍ତି ୨୫୦ ଟଙ୍କା ଦେଇଥାନ୍ତି। ସେମାନେ ମାସରେ ଏଭଳି ୬ ରୁ ୮ଟି କାମ ପାଇଥାନ୍ତି।
ସାଦା ଡିଜାଇନ୍ର ୪ଟି ଶାଢୀ ବୁଣିବାକୁ ଏଠାରେ ବୁଣାକାରମାନେ ସାଧାରଣତଃ ୨,୫୦୦ ଟଙ୍କା ପାଇଥାନ୍ତି। ତନ୍ତ ଉପରେ ଆଖି ସ୍ଥିର ରଖି ସରସ୍ୱତୀ ଗଙ୍ଗାଧରନ୍ କହିଲେ, ‘‘ଆମେ ସପ୍ତାହର ସାତ ଦିନ କାମ କରୁ। କେବଳ ପୂର୍ଣ୍ଣିମା ଦିନ ଛୁଟି, ମାସକରେ ଗୋଟିଏ ଥର।’’ ‘‘ଏହି ଗୋଟିଏ ଦିନ ଆମେ ଭଗବାନଙ୍କୁ ଭକ୍ତି ନିବେଦନ କରୁ ଯିଏ ଆମକୁ ସୌଭାଗ୍ୟ ସହ ଆଶୀର୍ବାଦ ଦେଇଛନ୍ତି।’’ ଅନ୍ୟ ବୁଣାକାରଙ୍କ ଭଳି ସରସ୍ୱତୀ ମଧ୍ୟ ସମବାୟ ସମିତିରୁ ଶାଢୀ ତିଆରି ପାଇଁ ବରାଦ ପାଆନ୍ତି। ଗୋଟିଏ ମାସରେ ସେ ୧୫ ରୁ ୨୦ ଖଣ୍ଡ ଶାଢୀ ବୁଣନ୍ତି ଏବଂ ପ୍ରାୟ ୧୦,୦୦୦ ଟଙ୍କା ରୋଜଗାର କରନ୍ତି।
ଜରିଲଗା ଏକ ଓଜନିଆ ଶାଢୀ ବୁଣୁବୁଣୁ ଜଗଦେଶାନ ଗୋପାଲ କହିଲେ, ‘‘ଏହା ଆମକୁ ଖାଇବାକୁ ଦେଉଛି। ଆମେ ୟାକୁ ଛାଡିବାକୁ ଚାହୁଁନୁ। ଯେଉଁଦିନ କାମ ନାହିଁ, ସେଦିନ ରୋଜଗାର ନାହିଁ।’’
୨୦୧୮ , ଫେବ୍ରୁଆରୀ ୨୮ରେ ପଞ୍ଚ ପତ୍ରିକାରେ ଏହି ଫଟୋ କାହାଣୀର ଅନ୍ୟ ଏକ ସଂସ୍କରଣ ପ୍ରକାଶ ପାଇଥିଲା

ବାଳକୃଷ୍ଣ କୁପୁସ୍ୱାମୀ ଚରଖାରେ ସୂତା କାଟୁଛନ୍ତି


ବାମ : ଓନୁପୁରମ ଗାଁର ଅନ୍ୟ ବୁଣାକାରଙ୍କ ସହ ଅଛନ୍ତି ଭେଙ୍କଟେଶନ ପେରୁମାଲ। ସେ ଶାଢୀର ବିଭିନ୍ନ ଡିଜାଇନ୍ ପ୍ରସ୍ତୁତ କରୁଛନ୍ତି - ତନ୍ତ ବୁଣା ପାଇଁ ଗ୍ରାଫ୍ କାଗଜ ଉପରେ ଅଙ୍କନ କରିବା ସହ କଣା କରୁଛନ୍ତି - ଏସବୁକୁ ତାଙ୍କ ବାପାଙ୍କୁ ଦେଉଛନ୍ତି। ଅନେକାଂଶରେ ଏବେ କମ୍ପ୍ୟୁଟର ସଫ୍ଟୱୟାର ଓ ପ୍ରିଣ୍ଟିଂ ଏହାର ସ୍ଥାନ ନେଇଛି। ଦକ୍ଷିଣ: ଓନ୍ନୁପୁରମ ବୁଣାକାର ସଂପ୍ରଦାୟର ନୂଆ ପିଢିର ଅଧିକାଂଶ କମ୍ ବୟସରୁ ଶିଖିବା ଆରମ୍ଭ କଲେଣି।


ଶକୁନ୍ତଳା, ବୟସ ୮୦ ରୁ କମ୍ ହେବନି। ସେ ବି ଚରଖାରେ ସୂତା କାଟୁଛନ୍ତି; ୬୦ ବର୍ଷରୁ ଅଧିକ ସମୟ ଧରି ସେ ଏହି କାମ କରି ଆସୁଛନ୍ତି


ବାମ : ଗୋଟିଏ ଛୋଟ ସୂତାକଳର ଜଣେ କର୍ମଚାରୀ ହେଉଛନ୍ତି ଶାନ୍ତି ଦୁରାଇସ୍ୱାମୀ । ଏଠାରେ ଚାଲୁଥିବା ମେସିନ୍ ପ୍ରାୟ ୯୦ ଡେସିବଲ ଶବ୍ଦ ସୃଷ୍ଟି କରେ । ଡାହଣ : କାରଖାନାର ଆଉ ଜଣେ କର୍ମଚାରୀ ସୂତା କାଟୁଥିବା ଚକକୁ ଭର୍ତ୍ତି କରୁଛନ୍ତି ।


ଦକ୍ଷିଣ : ଜଣେ କର୍ମଚାରୀ ସୂତାକୁ ଶୁଖାଇବା ପୂର୍ବରୁ ପାଣିରେ ଭିଜାଉଛନ୍ତି । ଶାଢୀର ଦୈର୍ଘ୍ୟ ଅନୁସାରରେ ସୁତାକୁ ଅଲଗା କରି ଗାଢା ରଂଗ ଦିଆଯାଏ - କପା ସୂତାର ସୁନ୍ଦର ପିଙ୍କ ରଙ୍ଗ , ଶୁଆ ପକ୍ଷିଆ ସବୁଜ ରଙ୍ଗ ଏବଂ ଅନ୍ୟାନ୍ୟ ରଙ୍ଗ । ସୂତାକୁ ରଙ୍ଗ କରିବା ଲାଗି ଦୁଇରୁ ତିନି ଦିନ ଲାଗେ । ସୂତାରେ ରଂଗ ଦେବାକୁ ଶ୍ରମିକମାନଙ୍କୁ ମଜୁରୀରେ ଆଣିବାକୁ ପଡ଼ିଥାଏ । ସେମାନେ ଗୋଟିଏ ଗୋଟିଏ ତିନି ଜଣିଆ ଦଳ ହୋଇ ଆସିଥାନ୍ତି । ଏବଂ ପ୍ରତି ଶ୍ରମିକ ଦିନକୁ ୨୦୦ ଟଙ୍କା ମଜୁରୀ ନିଅନ୍ତି । ଡାହଣ : ୫୮ ବର୍ଷୀୟ ଅରୁଣାଚଳମ ପେରୁମାଲ ସୂତାରେ ରଂଗ ଦେଉଛନ୍ତି । ତାଙ୍କୁ ଯେତେବେଳେ ୧୨ ବର୍ଷ ହୋଇଥିଲା , ସେତେବେଳୁ ସେ ଏହି କାମ କରି ଆସୁଛନ୍ତି ।

ଶାଢୀ ବୁଣିବାକୁ ତନ୍ତ ପାଇଁ ସୂତା ସଜାଡୁଛନ୍ତି ଏମ . କେ . ଗୋଧଣ୍ଡାବନି


ମନୋନମାନୀ ପୁନ୍ନାକୋଡ଼ି ଓ ତାଙ୍କ ପରିବାରର ସଦସ୍ୟମାନେ ସକାଳୁ ଲୁଗା ସଜାଡ଼ୁଛନ୍ତି । ପେଜରେ ତନ୍ତ ସଫା କରାଯାଇଛି । ସୂତାଗୁଡ଼ିକୁ ଶୀଘ୍ର ଶୀଘ୍ର ଅଲଗା ଅଲଗା କରିବାକୁ ଏହା ସାହାଯ୍ୟ ହୁଏ । ତନ୍ତ ଉପରେ ସୂତାସବୁ ପୃଥକ ପୃଥକ ଗଣା ହୋଇ ରହିଥାଏ ।


ବାମ : ସରସ୍ୱତୀ ଈଶ୍ୱରାୟନ ତନ୍ତରେ ସୂତା ସଂଯୋଗ କଲେ । ପାରମ୍ପରିକ ଭାବେ ଏହାକୁ ‘ ପାଭୁ ପୁନାଇଥାଲ ’ କହନ୍ତିା ଏହି କାମ ସାଧାରଣତଃ ମହିଳାମାନେ କରିଥାନ୍ତି , ଏମାନେ ତନ୍ତରେ ୪ , ୫୦୦ - ୪ , ୮୦୦ ଥର ହାତରେ ସୂତା ବଦଳାଇଥାନ୍ତି । ଦକ୍ଷିଣ : ୪୫ - ବର୍ଷୀୟ ଜୟକାନ୍ତ ବୀରବାଥିରନ୍ ଗୋଟିଏ ସାଦା ଶାଢୀ ଟାଙ୍ଗୁଛନ୍ତି । ଏହାକୁ ଅଧିକ ଆକର୍ଷଣୀୟ କରିବାକୁ ପଡେ ଏଥିରେ ଏମ୍ବ୍ରୋଇଡ଼ୋରୀ କାମ କରାଯିବ । ଅଧିକାଂଶ ଘରେ ଚଟାଣରେ ତନ୍ତ ବସାଯାଇଥାଏ ଏବଂ ପେଡାଲ ପାଇଁ ସରୁ ଗାତ ଖୋଳାଯାଇଥାଏ ।


ବାମ : ଜଟିଳ ଶାଢୀ ଡିଜାଇନ୍ ପାଇଁ ନିର୍ମଳା ଏକାଧିକ ସଟଲ ବ୍ୟବହାର କରୁଛନ୍ତି । ଡାହଣ : ଦେବସେନାପତି ରାଜଗୋପାଳ କାମ କରୁଛନ୍ତି

ସଂପୂର୍ଣ୍ଣ ଜରି - ସିଲ୍ କ ଓ ସୁନା ପ୍ରଲେପ ଦିଆଯାଇଥିବା ରୁପାର ସୂତାରେ ଶାଢୀ ବୁଣୁଛନ୍ତି ଜଗଦେଶାନ ଗୋପାଲ । ଏଭଳି ଏକ ଶାଢୀର ଓଜନ ୨ ରୁ ୫ କିଲୋ ହୋଇଥାଏ ।

ଦେବସେନାମପତି ରାଜଗୋପାଳ ଗୋଟିଏ ଶାଢୀ ବୁଣାକାର୍ଯ୍ୟ ଶେଷ କରି ତନ୍ତରୁ କାଟି ଅଲଗା କରୁଛନ୍ତି । ତାଙ୍କ ପୁଅ ଆରଣୀ ସହର ପାଖରେ ଥିବା ଏକ ହାଇ ସ୍କୁଲରେ ପଢୁଛନ୍ତି ଓ ତାଙ୍କୁ ବୁଣାକାମରେ ସହଯୋଗ କରୁଛନ୍ତି ।

ଜଗଦେଶାନ ଗୋପାଲ କହିଲେ , ‘ ଏହା ଆମୁକୁ ଖାଦ୍ୟ ଯୋଗାଉଛି ତେଣୁ ଆମେ ଛାଡିବାକୁ ଚାହୁଁନୁ । ଯଦି କାମ ନକଲୁ , ତାହାଲେ ରୋଜଗାର ନାହିଁ ’

ସୁନ୍ଦରମ ଗଙ୍ଗାଧରନ୍ ଓ ତାଙ୍କ ଝିଅ ସୁମତି ( ଫଟୋରେ ନାହାନ୍ତି ) ବଞ୍ଚିବା ପାଇଁ ଲୁଗା ବୁଣୁଛନ୍ତି


ବାମ : ୭୩ - ବର୍ଷୀୟ ନରସିଂହ ଧନକୋଡି ଆଜିକୁ ଅର୍ଦ୍ଧ ଶତାବ୍ଦୀ ଧରି ଲୁଗା ବୁଣୁଛନ୍ତି । ଆଗକୁ ଏହି କାମ ଚାଲୁ ରଖିବା ପାଇଁ ବି ସେ ଚାହୁଁଛନ୍ତି । ଡାହଣ : ୬୭ - ବର୍ଷୀୟ ସରସ୍ୱତୀ ଗଙ୍ଗାଧରନ୍ କହିଲେ , ‘ ଆମେ ସପ୍ତାହର ପୂରା ୭ ଦିନ କାମ କରୁ ’

ଦେବ ସେନାପତି କୋଥଣ୍ଡାପାଣି ଓ ତାଙ୍କ ପତ୍ନୀ ଗୋମତି ସଂପୂର୍ଣ୍ଣ ହୋଇଥିବା ଲୁଗାକୁ ବାକ୍ସ ଭିତରେ ସାଇତି ରଖୁଛନ୍ତି। ସୁନ୍ଦର ଭାବେରେ ଭଙ୍ଗା ଯାଇ ବାକ୍ସ ଭିତରେ ସଜା ଯାଇଥିବା ଲୁଗାଗୁଡ଼ିକୁ ସେମାନେ ତାଙ୍କ ସହ ଅନୁବନ୍ଧିତ ଥିବା ସମବାୟ ସମିତିକୁ ଦେବେ।