କିଞ୍ଜା ବାଭା ହେଉଛି ମେଘାଳୟର ପୂର୍ବ ଖାସି ପାର୍ବତ୍ୟ ଜିଲ୍ଲାର ଉପାନ୍ତ ଗ୍ରାମ ଖ୍ରଙ୍ଗର ଏକ ପାଞ୍ଚ ବର୍ଷୀୟା ଝିଅ। ସେ ହେଉଛି ଦାରିଦ୍ର୍ୟ ସୀମ ରେଖା(ବିପିଏଲ୍) ତଳେ ଥିବା ଏକ ପରିବାରର ଜଣେ ଝାଡୁ ଚାଷୀଙ୍କର ଝିଅ। ଗ୍ରାମର ସୀମାରେ ଥିବା ଗଡ଼ାଣିଆ ଅଂଚଳରେ ତା ବାପାଙ୍କର ଏକ ଛୋଟିଆ ଚାଷ ଜମି ରହିଛି।
କିଞ୍ଜାର ତିନି ଭଉଣୀ ଓ ଗୋଟିଏ ଭାଇ ଅଛନ୍ତି- ସେ ହେଉଛି ତୃତୀୟ ସନ୍ତାନ। ସେ ଭାରତ ସରକାରଙ୍କ ସମନ୍ୱିତ ଶିଶୁ ବିକାଶ ସେବା ଯୋଜନା ଅଧୀନରେ କାର୍ଯ୍ୟକାରୀ ହୋଇଥିବା ଖ୍ରଙ୍ଗର ଅଙ୍ଗନୱାଡ଼ି କେନ୍ଦ୍ରରେ ନର୍ସରୀ ଶ୍ରେଣୀରେ ଅଧ୍ୟୟନ କରନ୍ତି। ପନ୍ଦର ବର୍ଷର ଅଙ୍ଗନୱାଡ଼ି କେନ୍ଦ୍ରଟି ଗତ ସାତ ବର୍ଷ ଧରି ଏକମାତ୍ର ଶିକ୍ଷକ ଟେରେସା ଶାବଙ୍ଗଙ୍କ ଦ୍ୱାରା ପରିଚାଳିତ ହୋଇ ଆସୁଛି।
ଏକ ଚିରାଫଟା ଫ୍ରକ୍ ଏବଂ ବଡ଼ ଗମ୍- ଯୋତା ପିନ୍ଧି କିଞ୍ଜା ଅଙ୍ଗନୱାଡ଼ି କେନ୍ଦ୍ରରେ ସାରା ଦିନ ବିତାଇଥାନ୍ତି
କିଞ୍ଜା ନିଜ ମୁଣ୍ଡରେ ଏକ କମଳା ରଂଗର ବ୍ୟାଗ୍ ଓହଳାଇ ଅଙ୍ଗନୱା ଡ଼ି କେନ୍ଦ୍ରକୁ ଆସନ୍ତି । ସେହି ବ୍ୟାଗରେ ସେ ଲେଖିବା ପାଇଁ ଏକ ସିଲଟ ଓ ମଧ୍ୟାହ୍ନ ଭୋଜନ ଖାଇବା ପାଇଁ ଏକ ଷ୍ଟିଲ ଥାଳି ରଖିଥାନ୍ତି
କିଞ୍ଜାଙ୍କର ସାଙ୍ଗ ଅଙ୍ଗନୱା ଡ଼ି କ୍ଲାସ କରିବା ପାଇଁ ନିଜର ଛୋଟ ଭାଇକୁ ସାଙ୍ଗରେ ନେଇକରି ଆସନ୍ତି
ଶିକ୍ଷ ୟି ତ୍ରୀ ଟେରେସା ଶାବୋଙ୍ଗ , ଖାସି ସଂଖ୍ୟାଗୁ ଡ଼ି କ ଓ ବର୍ଣ୍ଣମାଳା ବ୍ଲାକ୍ ବୋର୍ଡରେ ଲେଖିଛନ୍ତି । ତାଙ୍କର ଉ ଜ୍ଜ୍ୱଳ ତମ ଛାତ୍ରୀ କିଞ୍ଜା ସେଗୁ ଡ଼ି କୁ ଉଚ୍ଚ ସ୍ୱରରେ ପଢୁଥିବାର ସେ ଗର୍ବର ସହ ଦେଖୁଛନ୍ତି
ସେମାନଙ୍କର ଶ୍ରେଣୀ କାର୍ଯ୍ୟ କରିବା ପାଇଁ ଶିକ୍ଷୟିତ୍ରୀ ଟେରେସା ପିଲାମାନଙ୍କୁ ଚକ୍ ଖ ଡ଼ି ଖଣ୍ଡମାନ ଦେଉଛନ୍ତି
କ୍ଲାସ୍ରୁମ୍ର ଏକ କୋଣରେ ଏକୁଟିଆ ବସି, କିଞ୍ଜା ନିଜର ପାଠପଢ଼ା ଦ୍ରୁତ ଗତିରେ କରୁଛନ୍ତି
କିଞ୍ଜା ହେଉଛନ୍ତି ଶ୍ରେଣୀର ପ୍ରଥମ ଯିଏକି ନିଜ ସିଲଟରେ ଲେଖିଥିବା ପାଠପ ଢ଼ା ଶିକ୍ଷୟିତ୍ରୀଙ୍କୁ ଦେଖେଇବା ପାଇଁ ଯାଇଥାନ୍ତି
ଶିକ୍ଷୟିତ୍ରୀ ପିଲାମାନଙ୍କୁ ଏକ ଗୀତ ଆବୃତ୍ତି କରିବା ପାଇଁ କହୁଛନ୍ତି; କିଞ୍ଜା ଗ୍ରୁପର ନେତୃତ୍ୱ ନେଉଛନ୍ତି
ମଧ୍ୟାହ୍ନ ଭୋଜନ ପରିବେଷଣ ହେବା ପୂର୍ବରୁ କିଞ୍ଜା ଶିକ୍ଷୟିତ୍ରୀଙ୍କ ସାହାଯ୍ୟରେ ନିଜର ହାତ ସଫା କରୁଛନ୍ତି
କିଞ୍ଜା ବହୁତ ଭୋକିଲା: ‘ ସେମାନେ କ’ଣ ପାଇଁ ସେମାନଙ୍କର ହାତ ଶୀ ଘ୍ର ସଫା କରୁନାହାଁନ୍ତି? ’
ଅଙ୍ଗନୱାଡିରେ ପିଲାମାନେ ଯୋଗ ଦେବା ପାଇଁ ମଧ୍ୟାହ୍ନ ଭୋଜନ ହେଉଛି ଏକ ବ ଡ଼ ପ୍ରୋତ୍ସାହନ । କିଞ୍ଜା ବାଭା(ଡାହାଣ) ନିଜର ଭୋଜନ ସମାପ୍ତ କରୁଛନ୍ତି । ଅଙ୍ଗନୱା ଡ଼ି ରେ ତାଙ୍କର ଦିନଟି ସମାପ୍ତ ହେବାକୁ ଯାଉଛି
ଅନୁବାଦ: ଓଡ଼ିଶାଲାଇଭ୍