ମୁମ୍ବାଇର ଧରାବି ଅଞ୍ଚଳରେ ୧୩ ଏକର ଜମିରେ ଅବସ୍ଥିତ କୁମ୍ଭାର୍ୱାଡାରେ ୫୦୦୦ କୁମ୍ଭାର ପରିବାର ବସବାସ କରନ୍ତି । ସେମାନଙ୍କ ମଧ୍ୟରୁ ଅନେକ ହେଉଛନ୍ତି ୬ଷ୍ଠ ବା ୭ମ ପିଢିର କୁମ୍ଭାର ଯାହାର ପୂର୍ବପୁରୁଷମାନେ କଚ୍ଛି ବା ଗୁଜୁରାଟି ଅଟନ୍ତି , ଯେଉଁମାନେ ୧୯୩ ୫ ରୁ ୧୯୪୦ ମଧ୍ୟରେ ମୁମ୍ବେଇକୁ ପ୍ରବାସରେ ଆସିଥିଲେ ।
ତେବେ, ବର୍ତ୍ତମାନ ଏଠାରେ ଥିବା ସମୁଦାୟ ପରିବାରର ମାତ୍ର ୧୦ପ୍ରତିଶତ ସେମାନଙ୍କ ପାରମ୍ପରିକ କୁମ୍ଭାରକାମ ବ୍ୟବସାୟ ସହିତ ଯୋଡି ହୋଇରହିଛନ୍ତି । ସେମାନେ ଉଚ୍ଚ ଦକ୍ଷତା ସମ୍ପନ୍ନ କାରିଗର ଅଟନ୍ତି, ଯେଉଁମାନେ ବିଭିନ୍ନ ଋତୁରେ ବିକ୍ରି କରିବା ପାଇଁ ମାଟିରେ ବିଭିନ୍ନ ପ୍ରକାରର ଜିନିଷ ତିଆରି କରିଥାନ୍ତି ।
ଏହି ଫିଲ୍ମରେ, ସେମାନେ ସେମାନଙ୍କ କୌଶଳ ଓ ବ୍ୟବସାୟରେ ସେମାନେ ସମ୍ମୁଖିନ ହେଉଥିବା ଅସୁବିଧା ବିଷୟରେ କହିଛନ୍ତି । ସେମାନେ ସହରରେ ସେମାନଙ୍କ ଜୀବନ ଓ ପୁଣି ଥରେ ଦିନେ କଚ୍ଛକୁ ପ୍ରତ୍ୟାବର୍ତ୍ତନ କରିବା ପାଇଁ ସେମାନଙ୍କ ତୀବ୍ର ଅଭିଳାଷ, ସେ ବିଷୟରେ କହିଛନ୍ତି । ଏହି ସମ୍ପ୍ରଦାୟର ବଧୂମାନେ ଏବେ ମଧ୍ୟ ସୁଦୂର କଚ୍ଛରୁ ଆସନ୍ତି । ସେମାନଙ୍କ ଗ୍ରାମ ସହିତ ସେମାନଙ୍କ ସମ୍ପର୍କ ଜୀବନ୍ତ ଓ ଉନ୍ନତ ରହିଛି ।
ଅନୁବାଦ: ଓଡ଼ିଶାଲାଇଭ୍